Videos

Sinduka Box: ଆଉକିଛି ସମୟ ପରେ ଖୋଲିବ ରତ୍ନଭଣ୍ଡାର, ପହଞ୍ଚିଲା ସିନ୍ଦୂକ

ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା । ଏପଟେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ଚାଲିଛି । ତଦାରଖ କମିଟି ଅଧ୍ୟକ୍ଷ ବିଶ୍ବାନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଆଲୋଚନା ହେଉଛି । ସେପଟେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ଏହାସହ ଭଣ୍ଡାର ଖୋଲାଯିବା ବେଳେ ସିଂହଦ୍ବାରା ବ୍ୟତୀତ ଅନ୍ର ତିନି ଦ୍ବାରା ବନ୍ଦ ରହିବ ବୋଲି ଜଣାପଡିଛି । ରତ୍ନଭଣ୍ଡାର ଖୋଲାଯିବା ବେଳେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିବେ । କାରଣ ଦୀର୍ଘ ବର୍ଷ ହେଲା ରତ୍ନଭଣ୍ଡାର ଖୋଲା ଯାଇ ନଥିବାରୁ ସେଥିରେ ସାପଙ୍କ ବାସ୍ ଥିବା ଆଶଙ୍କା କରାଯାଉଛି । ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ସେ୍ନକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିବା ସହ ଯାହା ଦାୟିତ୍ବ ମିଳିବ ସୂଚାରୁରୂପ ସମ୍ପାଦନ କରିବେ ବୋଲି କହିଛନ୍ତି ।

Video Thumbnail
Advertisement
Read More