Videos

Dhanuyatra 2024: ଧନୁଯାତ୍ରାର ଦ୍ୱିତୀୟ ଦିନରେ ନଗର ପରିକ୍ରମା କଲେ ମହାରାଜା କଂସ

ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାପ୍ରତାପି ମହାରାଜ କଂସ ନଗର ଭ୍ରମଣ କରି ଫେରିବା ପରେ ସନ୍ଧ୍ୟାରେ ରାଜ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରଙ୍ଗ ସଭା ରେ ଗୀତ ସଂଗୀତ ସହ ସମ୍ବଲପୁରୀ ନାଚ ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ତା ପରେ ଦେବକୀ ର ଅଷ୍ଟମ ଗର୍ଭ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ସହ ଗୋପପୁରକୁ ପ୍ରେରଣ କରାଯାଇଥିଲା। ଏଥିପାଇଁ ଗୋପପୁରରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇବା ସହିତ ଧାର୍ମିକ ମନୋଭାବରେ ଗୋପପୁର ପ୍ରକମ୍ପିତ ହୋଇ ଥିଲା।ଏହି ଖବର ପ୍ରସାରିତ ହେବା ପରେ ଟାମ୍ପରସରାର ପିଙ୍କି ପଣ୍ଡା ଓ ବରାହମୁଣ୍ଡାର ପୁଷ୍ପା ବନଛୋର ଗୋପପୁରେ ପହଞ୍ଚି ସଂକିର୍ତ୍ତନ ପରିବେଷଣ କରିଥିଲେ। ସେପଟେ ମଥୁରାନଗରୀରେ ଶ୍ରୀକୃଷ୍ଣ ଜନ୍ମ ପରେ ଗୋପପୁର ପ୍ରେରଣ ଓ ବିଜୁଳି କନ୍ୟା ଆବିର୍ଭାବ ଦୃଶ୍ୟ ଦର୍ଶକ ମହଳରେ ଅପୂର୍ବ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା।

Video Thumbnail
Advertisement
Read More