Videos

Pushups Record: ଅଧଘଣ୍ଟାରେ ୫୦୫ କ୍ଳାପିଙ୍ଗ ପୁଷ ଅପ୍ କରି ବିଶ୍ୱ ରେକର୍ଡ କଲେ ପ୍ରିୟ ରଞ୍ଜନ ନାୟକ

ପୁଣି ବିଶ୍ୱ ରେକର୍ଡ କଲେ ସମ୍ବଲପୁର ର ପ୍ରିୟ ରଞ୍ଜନ ନାୟକ | ଏଥର ତିରିଶ ମିନିଟ ରେ ୫୦୫ କ୍ଳେପିଙ୍ଗ ପୁଷ ଅପ କରି ସେ ବିଶ୍ୱ ରେକର୍ଡ ର ଅଧିକାରୀ ହୋଇଛନ୍ତି | ପୂର୍ବରୁ ଲଣ୍ଡନ ର ହେୱାର୍ଡ ରୁ ଓ ଏସିଆ ସହ ତିନି ଟି ବିଶ୍ୱ ରେକର୍ଡ କରି ସାରିଥିବା ବେଳେ ଏବେ ଫେବୃଆରୀ ରେ ସେ ଝାରଖଣ୍ଡ ର IWR ଫାଉଣ୍ଡେସନ ଦ୍ୱାରା ସେ ବିଶ୍ୱ ରେକର୍ଡ ର ଅଧିକାରୀ ହୋଇଛନ୍ତି | ଏହା ଏକ କଷ୍ଟକର କାର୍ଯ୍ୟ | ଫ୍ଲାଇଙ୍ଗ ପୁଷ ଅପ କରିବା ସହ କରତାଳି ମାରିବା, ଭାରି କଷ୍ଟକର | ଏଭଳି ଏକ କସରତ କରି ସେ ବିଶ୍ୱ ରେକର୍ଡ କରିଛନ୍ତି | ଆଗକୁ ସେ ୧୦୦୦ କ୍ଳେପିଙ୍ଗ ପୁଷ ଅପ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି |ଏଥିପାଇଁ ଏବେ ତାଙ୍କୁ ପ୍ରଶଂସା ର ସୁଅ ଛୁଟୁଛି|

Video Thumbnail
Advertisement
Read More