Videos

Odisha Election: ନବରଙ୍ଗପୁରରେ ଗର୍ଜିଲେ ମୋଦି,'ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍'

ଓଡ଼ିଶା ଓ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାରେ ପ୍ରଗତି ଆସିବ । ଲୋକସଭାର ୨୧ଟି ସିଟ୍ ରେ ପଦ୍ମ ଫୁଟିବ ବୋଲି ମୋଦି କହିଛନ୍ତି । ସେହିପରି ବିଧାନସଭାରେ ଭାଜପା ବା ବିଜେପି କୁ ବମ୍ପର ଜିତ୍ ମିଳିବ ବୋଲି ମୋଦି କହିଛନ୍ତି। କାରଣ ବିଜେପି ସରକାର ଆସିଲେ ଓଡ଼ିଶାକୁ ପ୍ରଗତିପଥରୁ କେହି ହଟାଇପାରିବେନି। ଏହାସହ ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଏହା ଆପଣ ଲେଖିରଖନ୍ତୁ ବୋଲି ନବରଙ୍ଗପୁର ବାସୀଙ୍କୁ ଜୋର୍ ଦେଇ କହିଥିଲେ ମୋଦି । ୧୦ ଜୁନ୍ ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଡେଟ୍ ବୋଲି କହିଲେ ମୋଦି । ତେବେ ଆଜି ମୁଁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି ।

Video Thumbnail
Advertisement
Read More