Videos

Pm Narendra Modi: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଗର୍ଭଗୃହରେ ପୂଜାର୍ଚ୍ଚନା କଲେ ମୋଦି

Pm Narendra Modi: ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାରା ଦେଶରେ ଉତ୍ସୁକତା । ହଜାର ହଜାର ସାଧୁ, ସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ। ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ହେଲା ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗତ ୧୬ ତାରିଖରୁ ବିଭିନ୍ନ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଛି । ନିରାପତ୍ତା ଦୃଷ୍ଟିରୁ ସାରା ଅଯୋଧ୍ୟାରେ ପୋଲିସ ଓ ବିଭିନ୍ନ ବାହିନୀ ମୁତୟନ ହୋଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ପ୍ରାଣ ପ୍ରତିଷ୍ଠା ନେଇ ଗର୍ଭଗୃହରେ ପୂଜାର୍ଚ୍ଚନା କରିଛନ୍ତି।

Video Thumbnail
Advertisement
Read More