Videos

ପୁଣି ଫଶିଲେ ପ୍ରଶାନ୍ତ ଜଗଦ୍ଦେବ, ଅପରାଜିତାଙ୍କ ପ୍ରଚାର ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

Prashant Jagdev: ପୁଣି ବିବାଦରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପୁଣି ଥରେ ଦାଦାଗିରି ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତରେ ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ପ୍ରଚାର ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଜଙ୍କିଆ ଥାନାରେ ଏତଲା ଦିଆଯାଇଛି। ତେବେ ସୂଚନା ଅନୁସାରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ଛଣଗିରିରେ ସାଂସଦଙ୍କ ଜନସମ୍ପର୍କ ପଦଯାତ୍ରା ସମୟରେ ଗ୍ରାମବାସୀଙ୍କ ସହିତ ହାତାହାତି ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ଫଟୋ ଉଠାଇବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ହାତରୁ ମୋବାଇଲ ଛଡାଇ ନେଇ ଧମକ ଦେଇଥିଲେ ସେ।କେବଳ ସେତିକି ନୁହେଁ ରାଲି ବେଳେ ପ୍ରଶାନ୍ତଙ୍କ ସହ ଗ୍ରାମବାସୀଙ୍କ ହାତାହାତି ହେବା ପରେ ଉଗ୍ର ରୂପ ନେଇଥିଲା ଅସନ୍ତୋଷ ।ତୀବ୍ର ବିରୋଧ ଯୋଗୁଁ ଅଧାରୁ ବନ୍ଦ ରହିଥିଲା ପ୍ରଚାର କାର୍ଯ୍ୟ।

Video Thumbnail
Advertisement
Read More