Videos

Weather Report: ୧୫ ଡିଗ୍ରୀ ତଳେ ୧୯ ସହର! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ଶୀତ କମୁଛି ହେଲେ କୁହୁଡି଼(fog) ବଢୁଛି। ରାଜ୍ୟର ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି. ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ୭.୪ ଡିଗ୍ରୀ ରେକର୍ଡ ହୋଇଥିଲା। କୋରାପୁଟରେ ୮, ଦାରିଙ୍ଗିବାଡିରେ ୮.୫, ଓ ସେମିଳିଗୁଡାରେ ୯.୯, ଓ କିରେଇରେ ୧୧.୭ ଡିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୪.୪ ଡିଗ୍ରୀ ରହିଛି। ଏଠାରେ ସ୍ବାଭାବିକ ଠାରୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଛି। ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା ରହିଛି।

Video Thumbnail
Advertisement
Read More