Videos

Weather Report: ପାଗରେ ପରିବର୍ତ୍ତନ, କାଲିଠୁ ବର୍ଷା ୧୧ ରୁ ବଢିବ ବର୍ଷାର ପରିମାଣ

ପୁଣି ଥରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଗୁରୁବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆକାଶ ମେଘୁଆ ରହିବା ସହ ହାଲୁକା କୁହୁଡି ଦେଖାଯାଇଛି। ମେଘୁଆ ପାଗ ପ୍ରଭାବରେ ତାପମାତ୍ରାରେ ହ୍ରାସ ହୋଇଛି। ପଶ୍ଚିମାଝଡ ପ୍ରଭାବରେ ଶୁକ୍ରବାର ଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୂଆପଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୧୧ ତାରିଖରେ ବର୍ଷାର ପରିମାଣ ବଢିବ।ଏହାସହ ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ନୟାଗଡ ଜିଲାରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Video Thumbnail
Advertisement
Read More