Videos

Weather Report: ଶୀତ କମିବା ସହ ରାଜ୍ୟରେ ବୃଦ୍ଧି ପାଇଛି ଘନ କୁହୁଡି! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ଥଣ୍ତା କମିଛି ହେଲେ ବଢିଛି କୁହୁଡି଼ (fog)। ରାଜ୍ୟରେ ଗତ କିଛି ଦିନ ହେବ ଶୀତ କମି(cold) ଯାଇଛି। ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଶୀତ କମିବା ସହିତ ରାଜ୍ୟରେ ଘନ କୁହୁଡି ବୃଦ୍ଧି ପାଇଛି। ଆସନ୍ତା ୩ ଦିନ ରାଜ୍ୟରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଶନିବାର ପୁରୀ, ଖୋର୍ଧା, କଟକ, ଜଗତସିଂହପୁର,ନୟାଗଡ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, କନ୍ଧମାଳ, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

Video Thumbnail
Advertisement
Read More