Videos

Weather Report: ଆସନ୍ତା ୧୦ କୁ ବଦଳିବ ପାଗ, ପଶ୍ଚିମାବାୟୁ ପ୍ରଭାବରେ ବର୍ଷା ସମ୍ଭାବନା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ଅସ୍ବାଭାବିକ ତାପମାତ୍ରା। ଫେବୃଆରୀ ପ୍ରଥମ ସପ୍ତାହରୁ ଶୀତ କୁଆଡେ ହଜି ଯାଇଛି। ଉପକୂଳରେ ରାତିର ତାପମାତ୍ରା ଯେତିକି ରହିବା କଥା ତା ଠାରୁ ୨ ରୁ ୫ ଡିଗ୍ରୀ ଅଧିକ ଅଛି। ଆଭ୍ୟନ୍ତରୀଣ ଓଡି଼ଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ରହିଛି। ସ୍ଥିତି ଏମିତି ଯେ, ଫେବୃଆରୀ ଆରମ୍ଭରୁ ହିଁ ଏସି, ଫ୍ୟାନ୍ ବିନା ରହି ହେଉନି। ବାହାରେ ଖରା ବାଧିଲାଣୀ। ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧିରେ ଧିରେ ବଢିଥାଏ। ମାତ୍ର ଏଥର ପ୍ରଥମ ସପ୍ତାହରୁ ହିଁ ସ୍ଥିତି ଅସ୍ବାଭବିକ ହେଲାଣୀ।

Video Thumbnail
Advertisement
Read More