Hindi News >>Home >>Videos
Videos

Weather Report: ବଢୁଛି ତାତି ଗୁଳୁଗୁଳି, କେତେ ଦିନ ଛଟପଟ ହେବ ଓଡ଼ିଶା?

ତତଲା କଡେଇରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ନେଇ ଉପାନ୍ତ ସବୁଠି ପ୍ରଚଣ୍ଡ ତାତିରେ ଖଇ ଫୁଟୁଛି । ଆଜି ସବୁଠୁ ଉତପ୍ତ ସହର ପାଲଟିଛି ଭୁବନେଶ୍ୱର । ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀରେ ପାରଦ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ସମ୍ବଲପୁରେ ୪୦.୮, ହୀରାକୁଦରେ ୪୦.୬, ଚାନ୍ଦବାଲିରେ ୪୦.୬, ଝାରସୁଗୁଡ଼ାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ଭୁବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ଦେଖା ଦେଇଛି ।

|Apr 05, 2024, 07:13 PM
Video Thumbnail
Advertisement

More Videos