Videos

Droupadi Murmu: ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଓଡ଼ିଶା ଛାତ୍ର ସଙ୍ଗଠନ

ଦିଲ୍ଲୀରେ ରାଷ୍ଟ୍ରପତି ଙ୍କୁ ଭେଟିଲେ ଓଡ଼ିଶା ଛାତ୍ର ସଙ୍ଗଠନ| ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦାବିପତ୍ର ପ୍ରଦାନ କଲେ ସମ୍ବଲପୁର ପୁଅ ସୌମ୍ୟରଂଜନ ବଡ଼ପଣ୍ଡା | ନୂଆଦିଲ୍ଲୀ ରେ ଗତ ପାଞ୍ଚ ତାରିଖ ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତି ଙ୍କୁ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଓଡ଼ିଶା ତଥା ଭାରତରେ ବୈଦିକ ପରମ୍ପରା ତଥା ଗୁରୁକୁଳ ପରମ୍ପରା କୁ ସୁଦୃଢ କରିବା,ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ,ପଣ୍ଡିତ ରଘୁନାଥ ମୁର୍ମୁ, ଭୀମ ଭୋଇ,ଗଙ୍ଗାଧର ମେହେର,ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଭଳି ବିଭିନ୍ନ ବରପୁତ୍ର ଙ୍କ ନାମରେ ଅନୁସନ୍ଧାନ କେନ୍ଦ୍ର,EWS କୋଟା ସାରା ଭାରତରେ ଲାଗୁ କରାଯାଉ ଏବଂ ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ର ସ୍ଥାପନ କରାଯାଉ ବୋଲି ସୌମ୍ୟରଂଜନ ବଡ଼ପଣ୍ଡା ଦାବିପତ୍ର ପ୍ରଦାନ କରିବା ସହ ମହାମହିମ ରାଷ୍ଟ୍ରପତି ଙ୍କ ସହ ପାଖାପାଖି ୧୫ ମିନିଟ୍ ଚର୍ଚ୍ଚା କରିଥିଲେ ।

Video Thumbnail
Advertisement
Read More