Videos

Odisha Assembly: ଆଜି ଗୃହରେ ଦେଖିବାକୁ ମିଳିବ ଆଳୁ ଦର ଓ ପୋଲାଭରମ ତାତି

ଆନ୍ଧ୍ରରେ ପୋଲାଭରମ ଜଳ ବିଦ୍ୟୁତ୍‍ ପ୍ରକଳ୍ପକୁ କେନ୍ଦ୍ରର ଆକୁଣ୍ଠ ସମର୍ଥନ ଓ ସହାୟତା ଘୋଷଣା ରାଜ୍ୟରେ ମୋହନ ମାଝି ସରକାରଙ୍କୁ ଅଡ଼ୁଆରେ ପକାଇଛି। ପୁଣି ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ବାବଦରେ କୌଣସି ଗୋଟିଏ ଶବ୍ଦ ନ କହିବା ତଥା ବିରୋଧୀ ଦଳରେ ଥିବାବେଳେ ଦୀର୍ଘସମୟ ଧରି ଏହି ପ୍ରକଳ୍ପକୁ ବିରୋଧ କରୁଥିବା ବିଜେପରି ନେତାମାନେ ଚୁପ୍‍ ରହିବା ଏବେ ପରିସ୍ଥିତିକୁ ଭିନ୍ନ ମୋଡ଼ ଦେଉଛି। ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ରାଜ୍ୟ ବିଧାନସଭାରେ ଆଜି ସରକାରଙ୍କୁ ଘେରି ପାରନ୍ତି। ଏହାସହ ରାଜ୍ୟରେ ଆଳୁ ମିଶନ ଫେଲ ମାରିବା ଏବଂ ଆଳୁ ବଜାରରେ ଚଢ଼ା ଦରରେ ବିକ୍ରିକୁ ନେଇ ମଧ୍ୟ ସଭା ସରଗରମ ହୋଇପାରେ।

Video Thumbnail
Advertisement
Read More