Videos

Odia Music Director: ନିଶାରେ ସଂଗୀତ ନିର୍ଦ୍ଦେଶକ, ପେଶାରେ ବିକ୍ରି କରୁଛନ୍ତି ମୋବାଇଲ ସିମ୍ କାର୍ଡ

ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏସ୍.ଜୟନ୍ତ...ପେଶାରେ ପାରାଦୀପ ସହରରେ ସେ ବୁଲିବୁଲି ରାସ୍ତା କଡରେ ଠିଆହୋଇ ବିଏସ୍ଏନ୍ଏଲ୍ ସିମକାର୍ଡ ବିକ୍ରୀ କରନ୍ତି ହେଲେ ନିଶାରେ ଜଣେ ଭଲ ସଂଗୀତ ନିର୍ଦ୍ଦେଶକ ହେବା..ସେ ହେଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସରବା ଗ୍ରାମର ଏସ୍.ଜୟନ୍ତ । ସେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କଲେଜ ରେ ପାଠ ପଢୁଥିବା ସମୟରେ କ୍ୟାସେଟ୍ ଦୋକାନ ରେ ଗୀତ ଶୁଣିଶୁଣି ସଂଗୀତ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । କଲେଜ ପାଠ ପଢା ସରିବା ପରେ ସଂଗୀତ ନିର୍ଦ୍ଦେଶନା ଦେବା ପାଇଁ ସେ ଅନେକ ପ୍ରଯୋଜନା ସଂସ୍ଥା କୁ ଯାଇ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବାରମ୍ବାର ନିରାଶ ହୋଇ ଫେରିବାକୁ ପଡୁଥିଲା। ହେଲେ ଏସ୍.ଜୟନ୍ତ ଙ୍କ ସଂଗୀତ ପ୍ରତି ତାଙ୍କର ମନୋବଳ ଭାଙ୍ଗି ନଥିଲା। ତାଙ୍କୁ ସଂଗୀତ ର ନିଶା ଏଭଳି ଘାରି ଥିଲା ଯେ ତାଙ୍କୁ ଅର୍ଥ ପାଇଁ ସେ ଦିନ ମଜୁରିଆ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ସହିତ ବାହାର ରାଜ୍ୟରେ ବି ତାଙ୍କୁ କାର୍ଯ୍ୟ କରିବାକୁ ପଡିଛି।

Video Thumbnail
Advertisement
Read More