Videos

Odia Family: ବେଙ୍ଗାଲୁରୁରେ ଓଡ଼ିଆ ପରିବାର ଉପରେ ମରଣାନ୍ତକ ଆକ୍ରମଣ, ଭିଡିଓ ଦେଖିଲେ ଥରିଯିବେ ଆପଣ

ଗତକାଲି ବେଙ୍ଗାଲୁରୁର ସରଜାପୁର ରୋଡରେ ଏକ ଅଘଟଣ ଘଟିଛି। କାର୍ ରେ ଥିବା ଗୋଟିଏ ଓଡ଼ିଆ ପରିବାରକୁ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡିଛି। ଏହି ଭିଡିଓରେ କେବଳ ଜଣଙ୍କ ଚେହେରା ଦୃଶ୍ୟମାନ ହେଉଛି। କାର୍ ଭିତରେ ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ୭ ମାସର ଶିଶୁ ବସିଥିଲେ। ଯୁବକ ଜଣଙ୍କ ଗୋଟେ ପବ୍ ରେ କାମ କରନ୍ତି ବୋଲି ଜଣାପଡ଼ିଛି। ତେବେ ସଡନ ବ୍ରେକ୍ କୁ ନେଇ ଯୁକ୍ତି କରିଥିଲେ ଅଭିଯୁକ୍ତ ଜଣକ। ଓଡ଼ିଆ ପରିବାର ଗାଡି ରାସ୍ତାର ଏକ ପାର୍ଶ୍ୱକୁ ଆଣୁଥିବା ବେଳେ ମଦ୍ୟପ ଯୁବକ ତାଙ୍କ କାର୍ ର ୱିଣ୍ଡ ସିଲ୍ଡ ଭାଙ୍ଗି କକପିଟ୍ ରେ ଜୋରରେ ମାରିଥିଲେ ଯାହା ଫଳରେ କକପିଟ୍ କାଚ ଭାଙ୍ଗିଯାଇଥିଲା। ଏହାପରେ ଭୟରେ ଥରିଉଠିଥିଲେ ମହିଳା ଓ ତାଙ୍କ ଶିଶୁ। ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ହତ୍ୟା ଉଦ୍ୟମ ଧାରା ଲଗାଯାଇ ଅଭିଯୁକ୍ତ ଙ୍କୁ ପୋଲିସ ପଚରାଉଚରା କରୁଛି।

Video Thumbnail
Advertisement
Read More