Videos

Rover Pragyan New Video: ଜହ୍ନରେ ପାଦ ଦେଇ ଚଳପ୍ରଚଳ କରୁଛି ପ୍ରଜ୍ଞାନ, ଇସ୍ରୋ ସେୟାର କଲା ନୂଆ କ୍ଲିପ୍

ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଚାଲିବା ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଘୋଷଣା କରିଥିଲା । ଆଜି ଅର୍ଥାତ ଶନିବାର ଇସ୍ରୋ ପକ୍ଷରୁ ତାହାର ଏକ ଭିଡିଓ ଜାରି କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ପ୍ରଜ୍ଞାନ ରୋଭର ବିକ୍ରମ୍ ଲାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଧୀରେ ଧୀରେ ଗଡ଼ୁଛି ଓ ଏହା ସହିତ ଚନ୍ଦ୍ରପୃଷଠରେ ତାହାର ଚକ ଚାଲିବାର ଛାପ ମଧ୍ୟ ସୃଷ୍ଟି ହେଉଛି । ଇସ୍ରୋ ପକ୍ଷରୁ ଏ ସମ୍ପର୍କରେ ପ୍ରଥମେ ସୂଚନା ଦିଆଯାଇଥିଲା । ଏକ ଟୁଇଟ୍ କରି କୁହାଯାଇଥିଲା ଯେ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ର ପୃଷ୍ଠରେ ସଫଳତାର ଚାଲିବା ସହ ୮ ମିଟର ଦୂରତା ଅତିକ୍ରମ କରିଛି ଏବଂ ଏହାର ସମସ୍ତ ପେଲୋଡ୍ ଠିକ୍ ଭାବରେ କାର୍ଯ୍ୟ କରୁଛି।

Video Thumbnail
Advertisement
Read More