Videos

Ratha Yatra: ରଥ ଉପରେ ଫଟୋ ଓ ସେଲ୍ଫି ନେବା ଉପରେ କଡା କଟକଣା

ପୁରୀରେ ନୂତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ।ଦାୟିତ୍ୱ ନେବା ପରେ ସେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଗୁଣ୍ଡିଚା ମନ୍ଦିର ଯାଇ ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କରି ଅଶୀର୍ବାଦ ନେଇଥିଲେ।ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରଥ ଉପରେ ଫୋଟୋ ଓ ସେଲ୍ଫି ନେବା ଉପରେ କଡା କଟକଣା କରାଯିବ।କୌଣସି ପରିସ୍ଥିତିରେ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ l ସବୁ ନିଯୋଗ ସହ ଆଲୋଚନା ହୋଉ ସମନ୍ୱୟ ରକ୍ଷା କରାଯିବ। ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ ଓ ପି ଓ ନିର୍ଦ୍ଦେଶକୁ ପାଳନ କରାଯିବ।ଆଡପ ପହଣ୍ଡି ଦିନ ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ପଡିଯିବା ଘଟଣାରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି।

Video Thumbnail
Advertisement
Read More