Videos

Naxal Died: ଛତିଶଗଡ଼ର ନାରାୟଣପୁର ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ, ୨ ମୃତ

ଛତିଶଗଡ଼ ର ନାରାୟଣପୁର ପୋଲିସ ଏବଂ ନକ୍ସଲାଇଟ୍ ମଧ୍ୟରେ ଗୁଳି ବିନିମୟ। ଏହି ଗୁଳି ବିନିମୟ ରେ ଦୁଇ ଜଣ ନକ୍ସଲ ଙ୍କ ମୃତ୍ୟୁ ଘଟିଛି। ନାରାୟଣପୁରର ଆବୁଜମାଦ୍ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। ଏକ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା। ଯେଉଁଥିରେ ନେଲନର୍ ଏରିଆ କମିଟିର ଦୁଇଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ମୃତ ଦେହ ସହିତ ଏକ 12 ବୋର ବନ୍ଧୁକ ଏବଂ ଏକ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନାରାୟଣପୁର ଏସପି ପୁଷ୍କର ଶର୍ମା ନିଶ୍ଚିତ କରିଛନ୍ତି।

Video Thumbnail
Advertisement
Read More