Videos

Organ Donors: ଭାରତରେ ଅଙ୍ଗଦାନରେ ପଛରେ ପୁରୁଷ, ୫ ଅଙ୍ଗଦାତାଙ୍କ ମଧ୍ୟରୁ ୪ ମହିଳା

ଭାରତରେ ପ୍ରତି ୫ ଅଙ୍ଗଦାତାଙ୍କ ମଧ୍ଯରୁ ୪ ଜଣ ମହିଳା । ଅର୍ଥାତ ୫ ଜଣ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ମଧ୍ଯରୁ ୪ ଜଣ ମହିଳା ହୋଇଥିବା ବେଳେ ଜଣେ ପୁରୁଷ ଅଙ୍ଗଦାନ କରିଥାନ୍ତି । ଯାହାର ଆଉ ଗୋଟିଏ ଅର୍ଥ ହେଉଛି ମହିଳା ଦାନ କରୁଥିବା ଅଙ୍ଗ ପୁରୁଷଙ୍କଠାରେ ପ୍ରତ୍ୟୋରୋପଣ ହେଉଛି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଭାରତରେ ଅଙ୍ଗ ପ୍ରତ୍ୟାରୋପଣ କରିଥିବା ପ୍ରତି ମହିଳାଙ୍କ ପିଛା ୪ ଜଣ ପୁରୁଷ ଅଙ୍ଗ ପାଇଛନ୍ତି । ଏଥିପାଇଁ ମହିଳାଙ୍କ ଅର୍ଥନୈତିକ ଏବଂ ସାମାଜିକ ଚାପକୁ ରିପୋର୍ଟରେ ଦାୟୀ କରାଯାଇଛି ।

Video Thumbnail
Advertisement
Read More