Videos

Dhanuyatra: ନିଶା ଦ୍ରବ୍ୟ କାରବାରକୁ ନେଇ ଥାନା ଅଧିକାରୀଙ୍କୁ ଦଣ୍ଡିତ କଲେ ମଥୁରା ନରେଶ

ଆଜି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ଷଷ୍ଠ ଦିନରେ ମହାରାଜ କଂସ ମଥୁରା ନଗରୀ ଭ୍ରମଣ ରେ ବାହାରିଥିଲେ l ମଥୁରା ଭ୍ରମଣ ସମୟରେ ମହାରାଜ କଂସ ହଟାତ ମଥୁରା ନଗରୀର ଟାଉନ ଥାନାକୁ ନିରୀକ୍ଷଣ କରିବାକୁ ଯାଇଥିଲେ ସୈନ୍ୟ ସାମନ୍ତ ଙ୍କ ସହିତ | ମହାରାଜ କଂସଙ୍କ ଠାରେ ଅଭିଯୋଗ ହୋଇଥିଲା ଯେ ମଥୁରା ନଗରୀରେ ଚାଲିଛି ବ୍ୟାପକ ମାତ୍ରାରେ କୋରେକ୍ସ ଓ ମଦ ସହିତ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ କାରବାର | ମାତ୍ର ମଥୁରା ନଗରୀର ପୋଲିସ ଅବହେଳା କରୁଛି ଅପରାଧୀ ମନକୁ ଧରିବାରେ ଅକ୍ଷମ ହେଉଛି | ତେବେ ଏହି ଅଭିଯୋଗକୁ ଆଧାର କରି ମହାରାଜ କଂସ ହଠାତ ମଥୁରା ନଗରୀର ଥାନା ପରିଦର୍ଶନ କରିବା ପାଇଁ ବରଗଡ଼ ଟାଉନ ଥାନା କୁ ପହଞ୍ଚିଯାଇଥିଲେ |ମହାରାଜ କଂସ ମଥୁରା ନଗରି ଟାଉନ ଥାନାକୁ ପରିଦର୍ଶନ କରିବାକୁ ଯାଇଥିବା ବେଳେ ସେଠାକାର ପୋଲିସ କର୍ମଚାରୀ ମାନେ ଦୁଇ ଜଣ ଅପରାଧୀଙ୍କୁ ଗିରଫ କରି ରଖିଥିଲେ |

Video Thumbnail
Advertisement
Read More