Videos

Gadar 2 Fight Video: ଗଦ୍ଦର ୨ ଫାଇଟ୍ ବେଳେ ସିନେମା ହଲରେ ବେଲ୍ଟରେ ପିଟାପିଟି, ଭିଡିଓ ଭାଇରାଲ

କୋଟୱାଲୀ ଅଞ୍ଚଳର ପ୍ରସାଦ ଟକିଜରେ ଗଦ୍ଦର ଫିଲ୍ମର ଶେଷ ସ୍କ୍ରିନିଂ ସମୟରେ ରାତି ୧୧ ଟାରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କ ସାଥୀ ଏକ ବେଲ୍ଟ ବ୍ୟବହାର କରି ଅନ୍ୟ ଜଣଙ୍କ ଉପରେ ଆକ୍ରମଣ କରିଥିଲେ।ତେବେ ତାଙ୍କ ପାଖରେ ବସିଥିବା ନିକଟସ୍ଥ ଦର୍ଶକଙ୍କୁ ମଧ୍ୟ ଆଘାତ ଦେଇଥିବାରୁ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା। ଏହା ପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପଟେ ଫିଲ୍ମ ଚାଲୁଥିବା ବେଳେ ସେପଟେ ଦୁଇ ଯୁବକଙ୍କ ମଧ୍ୟରେ ହୋଇଥିବା ଫାଇଟ୍ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।

Video Thumbnail
Advertisement
Read More