Videos

Flower Farming: ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଗ୍ରାମୀଣ ସ୍ତରର ୫ ମହିଳା

ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଜଗତସିଂହପୁର ଜିଲ୍ଲାର ୫ ମହିଳା। କିଛିମାସ ହେବ ଗେଣ୍ଡୁଫୁଲ ଚାଷ କରି ବେଶ୍ ଲାଭବାନ ହେବା ସହିତ ସାରା ଜିଲ୍ଲାରେ ମହିଳା ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। କିଛିମାସ ତଳେ ଜଗତସିଂହପୁର ଜିଲ୍ଲା ''କୂଳ କଇଜଙ୍ଗା'' ଗାଁ ର ପାଞ୍ଚଜଣ ମହିଳା ଅବସର ସମୟରେ ଏକତ୍ରିତ ହୋଇ ନିଜେ କିଛି ରୋଜଗାର କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି କରିଥିଲେ। ଯାହା ଫଳରେ ଏମାନେ ବିଭିନ୍ନ ରୋଜଗାର ପନ୍ଥା ବାବଦରେ ଚିନ୍ତା କରି ଶେଷରେ ଗେଣ୍ଡୁଫୁଲ ଚାଷ କରିବା ପାଇଁ ସ୍ଥିର କରିଥିଲେ। ଏଥିପାଇଁ ସ୍ଥାନୀୟ ଉଦ୍ୟାନ ବିଭାଗ ଅଧିକାରୀଙ୍କ ସହ ପରାମର୍ଶ କରି ନିଜ ଖର୍ଚ୍ଚରେ ଏମାନେ ପ୍ରଥମେ ୧୫ ଗୁଣ୍ଠ ଜମିରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ।

Video Thumbnail
Advertisement
Read More