Videos

Hera Panchami: ମହାପ୍ରଭୁଙ୍କ ଦର୍ଶନ ନପାଇ ମାଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ

ମହାଆଡମ୍ବରରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନିତି ସମ୍ପର୍ଣ୍ଣ। ବିଳମ୍ବିତ ରାତିରେ ମହାଲକ୍ଷ୍ମୀ ପହଞ୍ଚିଲେ ଶ୍ରୀଗୁଣ୍ଡିଚା ମନ୍ଦିରରେ। ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନିନି ମହାଲକ୍ଷ୍ମୀ ରଥଭାଙ୍ଗିଲେ , ରାଗଜର୍ଜରିତ ହୋଇ ଫେରି ଆସିଲେ ଶ୍ରୀମନ୍ଦିର। ଆଜିଠାରୁ ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି। ତିନିରଥର ହେବ ଦକ୍ଷିଣ ମୋଡ।,, ଗତକାଲି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଛି ପବିତ୍ର ହେରାପଞ୍ଚମୀ ନିତି । ବିଧିପରମ୍ପରା ଅନୁଯାଇ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ହୋଇଥିଲା । ଗଇଁଠାଳ ଫିଟି ନ ଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ ।

Video Thumbnail
Advertisement
Read More