Videos

Gitanjali Routray: ଦାମଙ୍କ ବୋହୂଙ୍କୁ ଟିକେଟ ମିଳିବା ପରେ ପାରାଦୀପରେ ଉତ୍ସବର ମାହୋଲ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୀତାଞ୍ଜଳି ରାଉତରାୟ ଙ୍କୁ ପ୍ରାର୍ଥୀ କରିଛନ୍ତି। ଗୀତାଞ୍ଜଳି ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟ ଙ୍କ ଧର୍ମପତ୍ନୀ ଓ ସ୍ଵର୍ଗତ ଦାମଦୋର ରାଉତ ଙ୍କ ବୋହୂ। ରାଜନୈତିକ ପରିବାର ରୁ ସେ ଆସିଥିଲେ ମଧ୍ଯ ପ୍ରତ୍ୟକ୍ଷ ରାଜନୀତି ରେ ସେ ନବାଗତା । ନିଜ ଶ୍ୱଶୁର ଓ ସ୍ଵାମୀ ଙ୍କ ସଙ୍ଘଗଠନକୁ ପାଥେୟ କରି ଦଳ ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ମହିଳା ପ୍ରାର୍ଥୀନୀ ଭାବେ ପାରାଦୀପରେ ପ୍ରଥମ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି | ତାଙ୍କ ନାମ ଘୋଷଣା ପରେ ପାରାଦୀପ ବିଜୁ ମେମୋରିଆଲ ଟ୍ରଷ୍ଟ ରେ ସମର୍ଥକ ମାନଙ୍କ ଭିଡ଼ ଜମିଛି | ବାଣ ଫୁଟାଇ ମିଠା ଖୁଆଇ ସମର୍ଥକ ମାନେ ଖୁସି ମନାଇବାରେ ଲାଗିଛନ୍ତି। ଅନ୍ୟପଟେ ଦାମୋଦର ରାଉତ ଙ୍କ ପରିବାର ରୁ କାହାରିକୁ ଟିକେଟ ନଦେବାକୁ ଦୀର୍ଘ ଦିନ ଧରି ସମ୍ବିତ ଙ୍କ ବିରୋଧୀ ଗୋଷ୍ଠୀ ବିରୋଧ କରି ଆସୁଥିଲେ |

Video Thumbnail
Advertisement
Read More