Videos

Paya Sradha: ପୟା ଶ୍ରଦ୍ଧା ପାଳିଲେ, ବଡ଼ବଡ଼ୁଆ ଡାକିଲେ ସୁଇଜରଲ୍ୟାଣ୍ଡ ଯୁବକ

ଧିରେଧିରେ ଭାରତୀୟ ସଂସ୍କୃତି ପ୍ରତି ଆକୃଷ୍ଟ ହେଉଛନ୍ତି ବିଦେଶୀ ନାଗରିକ। ଓଡିଶାର ପରମ୍ପରା ମଧ୍ୟ ସେମାନଙ୍କୁ ଅଧିକ ଆକର୍ଷିତ କରୁଛି। ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଡଦାଣ୍ଡରେ ଯେତେବେଳେ ପୟାଶ୍ରାଦ୍ଧ ଚାଲିଥିଲା ସେହି ସମୟରେ ରିସର୍ଚ୍ଚ କରିବାକୁ ଆସିଥିବା ସୁଇଜରଲ୍ଯାଣ୍ଡର ଜଣେ ଯୁବକ ସେଠାରେ ପହଞ୍ଚିଥିଲେ। ପୟାଶ୍ରାଦ୍ଧ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଜାଣିବାକୁ ପାଇଥିଲେ। ତେବେ ତାଙ୍କ ବାପା ଡୋମିନ୍ କିଛି ବର୍ଷ ତଳେ ମୃତ୍ୟୁବରଣ କରିଥିବାରୁ ତାଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଦେବାକୁ ପୁରୋହିତଙ୍କୁ ଅନୁରୋଧ କରିଥିଲେ। ପୁରୋହିତ ତାଙ୍କର ପୟାଶ୍ରାଦ୍ଧ ଯଥାବିଧି ପୂର୍ବକ ସଂପାଦନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସୁଇଜରଲ୍ଯାଣ୍ଡର ଏହି ଯୁବକ ହିନ୍ଦୁମାନଙ୍କ ଭଳି କାଉଁରିଆ କାଠି ଜାଳିଲେ। ପୟାଶ୍ରାଦ୍ଧ ଦେଲେ। ଏମିତିକି ବାପାଙ୍କ ଆଶିର୍ବାଦ ପାଇବା ପାଇଁ ବଡବଡୁଆ ହୋ ଡାକ ବି ନିଜ କଣ୍ଠରେ ଗାଇଥିଲେ।

Video Thumbnail
Advertisement
Read More