Videos

Whiskey Ice-cream: ଆଇସକ୍ରିମ ଖାଇବା ବେଳକୁ ଚଢୁଥିଲା Whiskey ନିଶା, Video ଭାଇରାଲ

Whiskey Ice-cream: ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଆଇସକ୍ରିମ ପାର୍ଲର ଉପରେ ଚଢ଼ାଉ କରାଯିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆଇସକ୍ରିମରେ କିଛି ନିଶାଦ୍ରବ୍ୟ ମିଶାଯାଇଥିବା ନେଇ ଟିମ୍ କୁ ସୂଚନା ମିଳିଥିଲା। ଟିମ୍ ଚଢ଼ାଉ କରିବା ପରେ ସତ ପଦାକୁ ଆସିଥିଲା। ଏହାପରେ ଏହି ଦୋକାନରୁ ବିପୁଳ ପରିମାଣର ଆଇସ୍କ୍ରିମ୍ ଓ ମଦ ଜବତ କରାଯାଇଛି। ଘଟଣାଟି ଆରଟିସି କ୍ରସ ରୋଡରେ ଥିବା ଏକ ଆଇସକ୍ରିମ ପାର୍ଲରରୁ ଆସିଛି । ଆଇସ୍କ୍ରିମ୍ ମିଶା ହ୍ୱିସ୍କି ବିକ୍ରି କରୁଥିବା ଏକ ରାକେଟ୍ ର ପର୍ଦ୍ଦାଫାସ କରିଛନ୍ତି କର୍ତ୍ତୃପକ୍ଷ। ଦୋକାନୀ ଆଇସକ୍ରିମ୍ ମିଶା ମଦ ବିକ୍ରି କରୁଥିଲେ, ଯାହା ଖାଇବା ପରେ ଲୋକଙ୍କୁ ନିଶା ହେଉଥିଲା ବୋଲି ଅଭିଯୋଗ ହୋଇଛି। କୁହାଯାଉଛି ଯେ ଦୋକାନୀ ଜଣକ ସୋସିଆଲ ମିଡିଆ ଜରିଆରେ ହ୍ୱିସ୍କି ଆଇସକ୍ରିମର ପ୍ରମୋସନ ମଧ୍ୟ କରୁଥିଲେ ।

Video Thumbnail
Advertisement
Read More