Videos

Dama Rout Dies: ସ୍ପଷ୍ଟବାଦୀ ନେତା ଆଜି ପୂରା ଚୁପ୍, ଦାମଙ୍କ ଦେହାନ୍ତ ପରେ ଲୁହରେ ଭିଜୁଛି ମଲ୍ଲିପୁର ଗାଁ

ବର୍ଷିଆନ ରାଜନେତା ତଥା ବିଶିଷ୍ଟ ରାଜନୀତିନଜ୍ଞ ଡ଼ଃ ଦାମୋଦର ରାଉତ ଅଭିବକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନ ଜଗତସିଂହପୁର ଜିଲା ଏରସମା ବ୍ଲକ ନୂଆଡି ପଞ୍ଚାୟତ ର ମଲ୍ଲିପୁର ଗାଁରେ ୨ଜୁଲାଇ ୧୯୪୨ ମସିହାରେ ପିତା କପିଳ ଚରଣ ରାଉତ ଓ ମାତା ଙ୍କ କୋଳ ମଣ୍ଡନ କରିଥିଲେ । ଚାରି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ତୃତୀୟ ସନ୍ତାନ ଥିଲେ ଦାମ । ଗାଁ ସ୍କୁଲ ଓ ପରେ ବାହାରେ କଲେଜ ଶିକ୍ଷା ସାରି ପ୍ରାଣୀ ଚିକିତ୍ସକ ଭାବରେ ସରକାରୀ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୧୯୭୨ ମସିହାରେ ସରକାରୀ ଚାକିରୀରୁ ଇସ୍ତଫା ଦେବା ସହ ରାଜନୀତିରେ ପାଦ ଥାପିଥିଲେ ଦାମ । ୧୯୭୭ ମସିହାରେ ଜନତା ଦଳରୁ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ପ୍ରଥମ ଥର ବିଧାୟକ ଭାବରେ ନିର୍ବାଚିତ ହେବା ସହ ବିଜୁ ପଟ୍ଟନାୟକ ଙ୍କ ମନ୍ତ୍ରୀ ମଣ୍ଡଳରେ ସିଡ଼ି ମିନିଷ୍ଟର ଭାବରେ କାର୍ଯ୍ୟ ତୁଲାଇ ଥିଲେ ।

Video Thumbnail
Advertisement
Read More