Videos

One Rupee Clinic: ତୃତୀୟ ବର୍ଷରେ ପଦାର୍ପଣ କଲା ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ୍

ତୃତୀୟ ବର୍ଷ ରେ ଏକ ଟଙ୍କିଆ କ୍ଲିନିକ। ଭୀମସାର ର ଆସିଷ୍ଟେଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନୀ ଙ୍କ ଦ୍ୱାରା ସ୍ଥାପିତ ଏକ ଟଙ୍କିଆ କ୍ଲିନିକ ତାର ତୃତୀୟ ବର୍ଷ ରେ ପଦାର୍ପଣ କରିଛି | ପ୍ରଥମ ରୁ ଏକ ଟଙ୍କା ରେ ରୋଗୀ ସେବା ସହ ଏହାର ଆରମ୍ଭ ହୋଇଥିଲା |ପରବର୍ତୀ ସମୟ ରେ ନିଜ ଗାଡି କୁ ଏକ ଟଙ୍କିଆ ଆମ୍ବୁଲାନ୍ସ ପରେ ଏକ ଟଙ୍କା ନେବୁଲାଇଜର ସହ ଏହା ଗତିଶୀଳ ହେଉଥିବା ବେଳେ ଏବେ ତୃତୀୟ ବର୍ଷ ରେ ପଦାର୍ପଣ କରିଛି ଏକ ଟଙ୍କିଆ କ୍ଲିନିକ | ଆଜି ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏବେ ଏକ ଟଙ୍କିଆ ECG ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛନ୍ତି ଡାକ୍ତର ଶଙ୍କର ରାମ ଚନ୍ଦାନୀ | ଏବେ ତାଙ୍କର ବରଗଡ଼ ସମ୍ବଲପୁର ସହ ଅନେକ ସ୍ଥାନ ରେ ଏକ ଟଙ୍କିଆ କ୍ଲିନିକ ରହିଛି |ମୁଖ୍ୟ ଭାବରେ ଦେଖିବାକୁ ଗଲେ ଯେ ହେତୁ ସେ ବୁର୍ଲା ଭୀମସାର ରେ କାର୍ଯ୍ୟରତ ସେଥିପାଇଁ ସେଇଠି ମୁଖ୍ୟ କ୍ଲିନିକ ଟି ରହିଥିବା ବେଳେ ଅନ୍ୟାନ୍ୟ କ୍ଲିନିକ ଗୁଡିକ ରେ ସାପ୍ତାହିକ ରୋଗୀ ସେବା ଯୋଗାଇଥାନ୍ତି | ଆଜି ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ରୋଗୀଙ୍କୁ ଏକ ଟଙ୍କିଆ ECG ସେବା ର ବ୍ୟବସ୍ଥା କରାଯାଇଛି ।

Video Thumbnail
Advertisement
Read More