Videos

ଶୁଣନ୍ତୁ ନୂଆ ଡିଜିପି ୱାଇବି ଖୁରାନିଆଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଶା ପୁଲିସର ନୂତନ ଡିଜିପି ହୋଇଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର୍ ଯୋଗେଶ ବାହାଦୁର ଖୁରାନିଆ । ସେ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇଥିଲେ। ଆଜି କଟକ ପୋଲିସ ମୁଖ୍ୟାଳୟରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଦାୟିତ୍ୱ ଗ୍ରହଣ ପରେ  ନୂଆ ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ, ଉନ୍ନତମାନର ପୋଲିସ ସେବା ଯୋଗାଇବା ମୂଳ କର୍ତ୍ତବ୍ୟ ରହିବ । ଏଥିସହ ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ । ମାଓ ମୁକାବିଲାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି ତେଣୁ ଆଗକୁ ଏହା କିପରି ବଜାୟ ରହିବ ସେ ପ୍ରତି ଧ୍ୟାନ ଦିଆଯିବ । ଏଥିସହ ଶାନ୍ତିଶୃଙ୍ଖଳା ବଜାୟ, ଅପରାଧ ତଦନ୍ତ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ । କେବଳ ଏତିକି ନୁହେଁ, ଦୁର୍ବଳବର୍ଗ, ଶିଶୁ, ମହିଳା, ଏସ୍‌ସିଏସ୍‌ଟି ଅପରାଧ ଉପରେ ଧ୍ୟାନ ରହିବ ବୋଲି କହିଛନ୍ତି ନୂଆ ଡିଜିପି । ସାଇବର ଅପରାଧକୁ ସଫଳତାର ସହ ମୁକାବିଲା ଉପରେ ପଦକ୍ଷେପ ନିଆଯିବ । ମାଦକ ଦ୍ରବ୍ୟ କାରବାର ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଜନତାଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ମୁଁ, ମୋ ସହକର୍ମୀମାନେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ୱାଇବି ଖୁରାନିଆ ।

Video Thumbnail
Advertisement
Read More