Videos

MLA Speech: ସମ୍ବଲପୁରିଆ ଗୋଡ ଟଣା କହି ବିବାଦରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ

ସମ୍ବଲପୁରିଆ ଗୋଡ ଟଣା କହି ବିବାଦରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ l ବରଗଡ଼ରେ ଦେବେଶଙ୍କ କୁଶପୁତ୍ତଳିକା ଦାହ କଲା କୋଶଲ ମହାସଂଘ |ସମ୍ବଲପୁରୀଆ ଗୋଡ଼ ଟଣା କହିବା ପଡିଲା ମହଙ୍ଗା। ବିବାଦ ଘେରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ। ବରଗଡ଼ ଗାନ୍ଧିଛକରେ କୁଶ ପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କଲା ବରଗଡ଼ର କୋଶଲବାଦୀ ସଂଗଠନ। ଦେବେଶ ଆଚାର୍ଯ୍ୟ କ୍ଷମା ମାଗନ୍ତୁ ବୋଲି ଦାବି କରିଛି କୋଶଲ ବାଦୀ ସଂଗଠନ। ବିଜେପୁରରେ ଗଙ୍ଗାଧର ପ୍ରକଳ୍ପ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆଉ ଏହି ଅବସରରେ ନିଜର ବ୍ୟକ୍ତବ୍ୟ ରଖିବା ବେଳେ ଦେବେଶ ସମ୍ୱଲପୁରିଆ ଗୋଡ ଟଣା ବୋଲି କହିଥିଲେ l ଅନ୍ୟପଟେ ଏନେଇ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବିଧାୟକ ଦୁଇ କୋଟି ଲୋକଙ୍କ ଭାବାବେଗ କୁ ଅପମାନ ଦେଇଥିବା କାରଣରୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବୀ କରିଛି ସଂଗଠନ | ନ ହେଲେ ପରିସ୍ଥିତି ଭାୟାବହ ହେବ ବୋଲି ଚେତାବନୀ ଦେଇଛି କୋଶଲ ସେନା ।

Video Thumbnail
Advertisement
Read More