Videos

Crocodile Attack: ମଇଁସି ଚରାଉଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

Crocodile Attack: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରେ ଫୁଣି ଟାଣିନେଲା କୁମ୍ଭୀର | ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁ ର ଭାସ୍କର ରାଉତ ଙ୍କୁ ଟାଣି ନେଲା କୁମ୍ଭୀର | ପୂର୍ବ ରୁ 2 ମାସ ମଧ୍ୟରେ 4 ଜଣଙ୍କୁ ଟାଣି ନେଇଛି କୁମ୍ଭୀର | ଗ୍ରାମବାସୀ ଙ୍କ ଦ୍ୱାରା ଖୋଜା ଖୋଜି ଜାରୀ | ମିଳିଥିବା ସୂଚନା ଅନୁସାରେ ଭାସ୍କର ରାଉତ ପ୍ରତିଦିନ ଭଳି ଆଜି ନଦୀକୂଳରେ ମଇଁଷି ଚରାଉଥିଲେ | ନଦୀରେ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି | ଖବର ପାଇ ଗ୍ରାମବାସୀ ମାନେ ଡ଼ଙ୍ଗା ସାହାଯ୍ୟ ରେ ଖୋଜା ଖୋଜି ଜାରୀ ରଖିଛନ୍ତି | ପୂର୍ବ ରୁ 2 ମାସ ମଧ୍ୟରେ 4 ଜଣଙ୍କୁ କୁମ୍ଭୀର ଟାଣି ନେଇ ମାରିଦେଇଥିଲା | ଏହାକୁ ନେଇ ନଦୀ କୁଳିଆ ବାସୀ ଆତଙ୍କିତ ହୋଇ ପଡିଛନ୍ତି |

Video Thumbnail
Advertisement
Read More