Videos

Crime News: ଚନ୍ଦ୍ରଗିରି ନବ ବିବାହିତ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ

ଚନ୍ଦ୍ରଗିରି ନବ ବିବାହିତ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ମଙ୍ଗଳବାର ରାତିରେ ବିବାହ ପଟୁଆର ବେଳେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନ କୁ ଅତି ଅମାନୁଷିକ ଭାବେ ହତ୍ୟା ଘଟଣାରେ ଦୁଇ ଜଣକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚନ୍ଦ୍ରଗିରି ଗ୍ରାମର ଶ୍ରୀହରୀ ପ୍ରଧାନ ଓ ତା''ର ବଡ଼ ଭାଇ କୃଷ୍ଣାର୍ଯୁନ ପ୍ରଧାନ । ହତ୍ୟାକାରୀ ପାଖରୁ ଗୋଟିଏ ରକ୍ତ ଭିଜା ଧାରୁଆ ଛୁରିକୁ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏବଂ ହତ୍ୟା ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ର ଘର ଓ ଗାଡ଼ି କୁ ଜାଳି ପୋଡ଼ି ନଷ୍ଟ କରିଦେଇଥିବା ଘଟଣା ରେ ୨୫ ଜଣ ଙ୍କ ନାମରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ପୁର୍ବ ସତୃତାରୁ ହତ୍ୟା ଘଟଣା ଘଟିଛି। ପୋଲିସ ର ସୂଚନାପ୍ରକାରେ ଚନ୍ଦ୍ରଗିରି ଗ୍ରାମରେ ବେଆଇନ ମଦକାରବାର କୁ ନେଇ ୨୦୧୯ ମସିହା ରେ ଶ୍ରିହରି ପ୍ରଧାନ ସହ ପ୍ରଶାନ୍ତ ପ୍ରଧାନ ଓ ତିନି ସହଯୋଗୀ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା , ସେତେବେଳେ ଶ୍ରୀହରି ପ୍ରଧାନ କୁ ମାଡ ମରାଯିବା ଘଟଣା ରେ ମୋହନା ଥାନାରେ କେଶ ହୋଇଥିଲା, ଏବଂ ପ୍ରଶାନ୍ତ ସହ ଚାରିଜଣ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ପରେ ସେମାନେ ଜାମିନରେ ଆସି ଗାଁ ରେ ରହୁଥିଲେ।

Video Thumbnail
Advertisement
Read More