Videos

Bus Accident: ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ଚଢିଗଲା ସରକାରୀ ବସ୍, ୩ ମୃତ

ସକାଳୁ ସକାଳୁ ଆନ୍ଧ୍ର ପ୍ରଦେଶରେ ବଡ଼ ଅଘଟଣ । ସରକାରୀ ବସ୍ ଷ୍ଟାଣ୍ଡରେ ଅପେକ୍ଷାରତ ଯାତ୍ରୀଙ୍କ ଉପରେ ଚଢିଗଲା ସରକାରୀ ବସ୍ । ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ମଧ୍ୟ ଜଣାପଡ଼ିଛି। ଡିପୋ ମ୍ୟାନେଜରଙ୍କ କହିବା କଥା ରିଭର୍ସ ଗିୟର ପକାଇବା ଦ୍ୱାରା ବସଟି ଭୁଲରେ ପଛକୁ ମାଡ଼ିଆସିଥିଲା ଆଉ ଯାତ୍ରୀଙ୍କ ଉପରେ ଚଢିଯାଇଥିଲା। ଘଟଣାରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ୟାଇ.ଏସ ଜଗନ ମୋହନ ରେଡ୍ଡି ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

Video Thumbnail
Advertisement
Read More