Videos

Sambit Patra: ନିଆଁ ଉପରେ ଚାଲିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ଝାମୁଯାତ୍ରାରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଝାମୁଯାତ୍ରାରେ ରଡ଼ ନିଆଁ ଉପରେ ଚାଲିଲେ ସମ୍ବିତ। ପବିତ୍ର ଝାମୁ ଯାତ୍ରାରେ ନିଆଁ ଉପରେ ଚାଲି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ବିପଦପୂର୍ଣ୍ଣ ଭାବେ ହଜାର ହଜାର ଭକ୍ତଙ୍କ ଗହଣରେ ଡହଡହ ନିଆଁରଡରେ ଚାଲି ସମସ୍ତଙ୍କୁ ଚକିତ କରିଛନ୍ତି। ଝାମୁଯାତ୍ରାରେ ସମ୍ବିତଙ୍କ ଦୁଃସାହସିକତା ଏକ ନିଆରା ପରିବେଶ ସୃଷ୍ଟି କରିଛି। ପୁରୀ ସଦର ବ୍ଳକ ସମଙ୍ଗ ପଞ୍ଚାୟତର ରେବତୀରମଣ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଦୁଲଣ ଦେବୀପିଠରେ ଚାଲିଥିବା ଝାମୁ ଯାତ୍ରାରେ ସମ୍ବିତ ପାତ୍ର ସାମିଲ ହୋଇ ମାଙ୍କ ନିକଟରେ ନିଜକୁ ସମର୍ପିତ କରି ନିଆଁରେ ଚାଲିଛନ୍ତି। 

Also Read: ଅଘୋଷିତ ବିଦ୍ୟୁତକାଟକୁ ନେଇ ବଢୁଛି ଅସନ୍ତୋଷ

 

Video Thumbnail
Advertisement
Read More