Videos

Vasundhara Raje: କାମ ଦେଲା ପ୍ରଧାନମନ୍ତ୍ରୀଙ୍କ 'ସବକା ସାଥ୍, ସବକା ବିଶ୍ୱାସ, ସବକା ପ୍ରୟାସ' ମନ୍ତ୍ର

ରାଜସ୍ଥାନରେ ଦଳର ନେତୃତ୍ୱ ନେଇ ବିଜେପି ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିୟା କହିଛନ୍ତି ଯେ,"ଏହି ବିଜୟ ହେଉଛି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା 'ସବକା ସାଥ୍, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ'ର ମନ୍ତ୍ର। ଏହା ହେଉଛି ପ୍ରଧାନମନ୍ତ୍ରୀ ଦେଇଥିବା ଗ୍ୟାରେଣ୍ଟି ଓ ଦେଇଥିବା ରଣନୀତିର ବିଜୟ। ଆଜି ପ୍ରକାଶ ପାଉଛି ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ । ରାଜସ୍ଥାନରେ ବିଜେପି ୧୧୧ଟି ଆସନରେ ଆଗରେ ରହିଛି । କଂଗ୍ରେସ ୭୩ଟି, ଅନ୍ୟ ଦଳ ୯ଟି, ବିଏସପି ୨ଟି, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ୨ଟି, ଭାରତ ଆଦିବାସୀ ପାର୍ଟି ଗୋଟିଏ ସିଟରେ ଆଗରେ ରହିଛି । ତେବେ ଏହାକୁ ନେଇ ବିଜେପି ନେତ୍ରୀ ବସୁନ୍ଧରା ରାଜେ ପ୍ରଧାନମନ୍ତ୍ରୀଙ୍କ ମୂଳ ମନ୍ତ୍ରକୁ ଶ୍ରେୟ ଦେଇଛନ୍ତି।

Video Thumbnail
Advertisement
Read More