Videos

Dama Rout: ପଞ୍ଚଭୂତରେ ଲୀନ ହେଲେ ଦିବଙ୍ଗତ ନେତା ଦାମ ରାଉତ, ମୁଖାଗ୍ନି ଦେଲେ ପୁଅ ସମ୍ବିତ

ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ମରଶରୀର।ଦାମ ରାଉତ ଅମର ରହେ ଧ୍ୱନୀରେ କମ୍ପିଲା ସ୍ଵର୍ଗଦ୍ଵାର।ପୁରୀ ସ୍ଵର୍ଗଦ୍ଵାରରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତ ଦାମୋଦର ରାଉତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ରାତ୍ର ପ୍ରାୟ ୧୧ ଟା ୩୦ ରେ ତାଙ୍କୁ ତାଙ୍କ ବଡ ପୁଅ ସମ୍ବିତ ରାଉତ ମୁଖାଗ୍ନି ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ସ୍ୱର୍ଗତ ରାଉତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଯାଇଥିବା ବେଳେ ପାରାଦୀପ ଓ ପୁରୀର ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ ।ସ୍ଵର୍ଗଦ୍ଵାର ଠାରେ ପୁରୀ ଏସପି ପିନାକ ମିଶ୍ର ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଜିଲ୍ଲା ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।ସ୍ୱର୍ଗତ ରାଉତ ଜଣେ ବିଚକ୍ଷଣ ଓ ସ୍ପଷ୍ଟବାଦି ନେତା ଭାବରେ ପରିଚିତ ଥିବାବେଳେ ୭ ଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।ତେବେ ଶେଷ ଥର ପାଇଁ ବାଲିକୁଦାରୁ ବିଜେପି ପାଇଁ ପଢ଼ିଥିଲେ ଶ୍ରୀଯୁକ୍ତ ରାଉତ

Video Thumbnail
Advertisement
Read More