Videos

Weather Report: ରାଜ୍ୟରେ ପଡ଼ିଲାଣି ଶୀତ, ୫ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ

ରାଜ୍ୟରେ ହାଲୁକା ଥଣ୍ଡା ପଡ଼ିବା ଆରମ୍ଭ ହୋଇଗଲାଣି। ଗତକାଲି ରାତିରେ ରାଜ୍ୟର ମୋଟ୍‌ ୫ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। ଏହି କ୍ରମରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଜି. ଉଦୟଗିରିରେ ୧୩ ଡିଗ୍ରି ତାପମାତ୍ରା ରେକର୍ଡ ‌ହୋଇଛି। କୋରାପୁଟରେ ୧୩.୮ ଡିଗ୍ରି, କିରେଇରେ ୧୪ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରି ଓ ଫୁଲବାଣୀରେ ୧୫ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରହିଥିଲା।

Video Thumbnail
Advertisement
Read More