Videos

Weather Report: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଗଭୀର ଅବପାତ, ଶୁଣନ୍ତୁ କଣ କହୁଛନ୍ତି ନିର୍ଦ୍ଦେଶକ

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ଏନେଇ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ । ଜଗତସିଂହପୁର ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ । ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ । ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ ।

Video Thumbnail
Advertisement
Read More