Videos

Lekhasri At Srimandira: ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ

ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ବାଲେଶ୍ୱର ସାଂସଦ ପାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖାଶ୍ରୀ ସାମନ୍ତସିଂହାର କୁ ସାଂସଦ ଟିକେଟ ଘୋଷଣା କରିବା ପରେ ଆଜି ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି l ମହାପ୍ରଭୁଙ୍କ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରିଛନ୍ତି l ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅରୁଣ ସ୍ତମ୍ଭ ନିକଟରେ ଶାଷ୍ଟ୍ରାଙ୍ଗ ପ୍ରଣାମ କରିଥିଲେ l ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପୁନର୍ବାର ସରକାର ଗଢିବ । ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ଚିନ୍ତାଧାରା କୁ ଦେଖି ବିଜୁଜନତା ଦଳରେ ଯୋଗଦାନ କରିଛି l ମୁଖ୍ୟମନ୍ତ୍ରୀ ମୋ ଉପରେ ଆଶା ପ୍ରକଟ କରି ସାଂସଦ ଟିକେଟ ପ୍ରଦାନ କରିଛନ୍ତି l ଆଜି ମହାପ୍ରଭୁଙ୍କ ଆଶ୍ରିବାଦ ନେଇ ପ୍ରଚାର ମଇଦାନକୁ ଓଲ୍ହାଇବେ ବୋଲି କହିଛନ୍ତି ଲେଖାଶ୍ରୀ

Video Thumbnail
Advertisement
Read More