Videos

Aparajita Sarangi: ୨ୟ ଥର ଲୋକସଭା ଟିକେଟ ପାଇବା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅପରାଜିତା

ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ଦ୍ଵିତୀୟ ଥର ବିଜେପି ଟିକେଟ ପାଇବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଅପରାଜିତା ଷଡ଼ଙ୍ଗୀ ।ମହାପ୍ରଭୁଙ୍କ ଇଚ୍ଛା ଓ ମହାପ୍ରଭୁଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ପୁରା ହୁଏ ନାହିଁ ତେଣୁ ମହାପ୍ରଭୁଙ୍କ ଦର୍ଶନରୁ ଅଭିଯାନ ଆରମ୍ଭ କରୁଛି ବୋଲି କହିଛନ୍ତି ଅପରାଜିତା।ଲୋକସେବା,ଲୋକ ନୀତି ଓ ବିକାଶ ଆଧାରରେ ଲୋକଙ୍କ ପାଇଁ କାମ କରିବା ପାଇଁ ଜଗନ୍ନାଥଙ୍କ ଠାରୁ ଶକ୍ତି ଓ ସାମର୍ଥ୍ୟ ମାଗିବା ସହ ସାଢେ଼ ଚାଟିକୋଟି ଓଡ଼ିଆଙ୍କ ମୁହଁରେ ହସ, ଆନନ୍ଦ ଓ ସକାରାତ୍ମକ ଚିନ୍ତାଧାରା ରହୁ ବୋଲି ପ୍ରାର୍ଥନା କରିଛି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।ବିରୋଧୀ ଙ୍କ ସାମର୍ଥ୍ୟ ଯାହା ବି ହଉ କଥା ଚିନ୍ତା କରୁନାହିଁ କିନ୍ତୁ ନିଜ ସାମର୍ଥ୍ୟ କୁ ବଢାଇ ଅଧିକ କାମ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀମନ୍ଦିର ରୁ ଫେରିବା ପରେ ସେ କହିଛନ୍ତି ।ମହାପ୍ରଭୁଙ୍କ ପାଖକୁ ଯିବାବେଳେ ଖୁବ୍ ଭାବବିହ୍ବଳ ହୋଇଥିଲା ଅପରାଜିତା ।ଅରୁଣ ସ୍ତମ୍ଭ ନିକଟରେ ସିଂହଦ୍ଵାର ଭୂମିରେ ପଡ଼ି ସାଷ୍ଟାଂଗ ପ୍ରଣିପାତ କରି ସେ ଆଶୀର୍ବାଦ ନେଇଛନ୍ତି।ସେ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଚଣ୍ଡିଖୋଲ ଗସ୍ତରେ ଲୋକଙ୍କ ଉତ୍ସାହ ହିଁ ଜଣାଇଛି ଯେ ଓଡ଼ିଶାରେ ମୋଦୀଙ୍କ ଲୋକପ୍ରୀୟତା କେତେ,ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ସୁନିଶ୍ଚିତ ।

Video Thumbnail
Advertisement
Read More