Videos

Angry Virat Kohli: ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ରେ ଆଉଟ ପରେ ସୋଫାକୁ ରାଗିକି ପଞ୍ଚ୍ ମାରିଲେ ବିରାଟ

ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ଓ୍ବିକେଟ ହରାଇ ୨୨୯ ରନ କରିବାରେ ସକ୍ଷମ ହୋଇଛି । ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଛି । ଲକ୍ଷ୍ନୌରେ ଚାଲିଛି ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍ । ତେବେ ରନ୍ ନକରିପାରି ବିରାଟ ପାଭିଲିୟନକୁ ଫେରିଥିଲେ। ହେଲେ ଡ୍ରେସିଂ ରୁମର ଏକ ଭିଡିଓ ଭାଇରାଲ ହୋଇଥିଲା । ନିଜ ଉପରେ ରାଗି ବସିଥିବା ସୋଫାକୁ ଜୋରଦାର ପଞ୍ଚ୍ କରିଥିଲେ ବିରାଟ । ଏହି ଭିଡିଓ କିଛି ସମୟ ଭାଇରାଲ ପରେ ଟ୍ୱିଟରରୁ ହଟାଇ ଦିଆଯାଇଥିଲା।

Video Thumbnail
Advertisement
Read More