Videos

Hindu Temple: ଆବୁଧାବିର ଭବ୍ୟ ହିନ୍ଦୁ ମନ୍ଦିରରେ କେଉଁ ଭଗବାନଙ୍କର ହେବ ପୂଜାର୍ଚ୍ଚନା ?

ଆବୁଧାବିରେ ନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିର ବିଏପିଏସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବ୍ରୁଆରି ୧୪ ତାରିଖ ଅପରାହ୍ନ ସାଢ଼େ ୪ଟାରେ ଏହି ମନ୍ଦିର ଉଦ୍ ଘାଟିତ ହୋଇଥିଲା। ସୂଚନାଯୋଗ୍ୟ, ଏହି ମନ୍ଦିରକୁ ବିଏପିଏସ୍ ସଂଗଠନ ନିର୍ମାଣ କରିଛି। ଆବୁଧାବିରେ ଏହା ହେଉଛି ପ୍ରଥମ ହିନ୍ଦୁ ମନ୍ଦିର । ବି.ଏ.ପି.ଏସ୍. ଅର୍ଥାତ୍ ବୋଚାସନବାସି ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ଅନୁଷ୍ଠାନ। ଏହି ସଂଗଠନ ସ୍ୱାମୀନାରାୟଣ ସମ୍ପ୍ରଦାୟ ସହିତ ଜଡିତ । ଏହି ସମ୍ପ୍ରଦାୟରେ ପୂଜ୍ୟ ହେଉଛନ୍ତି ସ୍ୱାମୀ ନାରାୟଣ ମହାପ୍ରଭୁ । ସେ ୧୪୮୬ ମସିହାରେ ଉତ୍ତରପ୍ରଦେଶର ଛପିଆ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଆସନ୍ତୁ ଜାଣିବା ଏହି ଭବ୍ୟ ମନ୍ଦିରରେ କେଉଁ ଦେବଦେବୀଙ୍କ ପୂଜା କରାଯିବ ଏବଂ ଏହି ମନ୍ଦିରରେ କେଉଁ ଭଗବାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି ।

Video Thumbnail
Advertisement
Read More