Videos

Odisha News: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁ ରେ ପହଞ୍ଚିଲା ମର ଶରୀର, ଦେଖନ୍ତୁ ଏହି ଭିଡିଓ

Odisha News: ଦାଦନ ଦୁଃଖ କମିବାରେ ନାମ ନେଉନାହିଁ ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ଶିନ୍ଧବା ପଞ୍ଚାୟତ ଗାନ୍ଧୀନଗର ଗାଁ ରେ। ଗାଁ ର ସୁଭେନ୍ ମାଳି ଘରର ଆର୍ଥିକ ଅନଟନ ସୁଧାରିବା ପାଇଁ କିଛି ଦିନ ପୂର୍ବରୁ କେରଳ ଯାଇଥିଲା ଟଙ୍କା ରୋଜଗାର କରିବା ପାଇଁ। ଘରେ ତିନୋଟି ଭଉଣୀ ର ପାଠ ପଢ଼ା ସାଙ୍ଗକୁ ବାପା ମା ଙ୍କ ଦାୟିତ୍ବ ବଢିଥିଲା । ଘରେ ରୋଜଗାର କରିବା ପାଇଁ ଏକ ମାତ୍ର ସାହା ରହିଥିଲା ସୁଭେନ ମାଳି। ହେଲେ ଦଇବ ସାଜିଲା ଦାଉ କେରଳ ରେ ପହଞ୍ଚି ଏକ ଘରୋଇ କମ୍ପାନୀ ରେ କାମ କରୁଥିବା ସମୟରେ ହଟାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଯାହା ଫଳରେ ସେଠାରେ ଚିକିତ୍ସା କରି ଗାଁକୁ ଟ୍ରେନ୍ ରେ ଆସୁଥିଲେ। ଆସିବା ସମୟରେ ବିଜୟୱାଡ଼ା ରେଳ ଷ୍ଟେସନ ନିକଟରେ ସୋଇଥିବା ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Video Thumbnail
Advertisement
Read More