Videos

Weather Report: ସତର୍କ କରାଇଲା ପାଣିପାଗ ବିଭାଗ, ୧୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ରହିଛି। ଆସନ୍ତା ସୋମବାର ଏହା ଅବପାତ ରୂପ ନେବ। ଲଘୁଚାପ ପ୍ରଭାବରେ ଶନିବାର ରାଜ୍ୟର କିଛି ସ୍ଥାନରେ ନିର୍ଧୁମ୍ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡା,ପୁରୀ, ଖୋର୍ଦ୍ଧା, କୋରାପୁଟ୍ , ମାଲକାନଗିରି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି, ଆଜି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ , ଗଜପତି, ଗଂଜାମ, ମୟୂରଭଂଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହୋଇପାରେ।

Video Thumbnail
Advertisement
Read More