Videos

VK Pandian: ପୁରୀ ଗସ୍ତରେ ଯାଇ ଭୋରୁ ଭୋରୁ ଶ୍ରୀମନ୍ଦିର ପ୍ରକଳ୍ପ ବୁଲି ଦେଖିଲେ 5T ସଚିବ

ପୁରୀ ସହରର ଚିତ୍ର ବଦଳିବ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା, ଗାଡ଼ି ପାର୍କିଂ କରିବାଠୁ ଆରମ୍ଭ କରି ମନ୍ଦିର ଦର୍ଶନ ପାଇଁ ଏକ ଅଲଗା ଅନୁଭୂତି ଦେବା ଲାଗି ପ୍ରଶାସନ ପ୍ରସ୍ତୁତ ହେଉଛି। ଏଥିଲାଗି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡଆନ ଆଜି ପାହାନ୍ତାରୁ ପ୍ରକଳ୍ପ ସମୀକ୍ଷା କରି ନିର୍ଦ୍ଧାରିତ ଏଜେନ୍ସୀଙ୍କୁ ଡିସେମ୍ବର ଡେଡ୍‍ଲାଇନ୍‍ ଦେଇଛନ୍ତି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରୂପାୟନ କରାଯାଉଛି ଅବଢ଼ା ଯୋଜନା। ଏହି ଯୋଜନା ଅଧୀନରେ ପୁରୀ ଶ୍ରୀମନ୍ଦିରର ଆଖପାଖ ବିକାଶ, ମଠଗୁଡ଼ିକର ପୁନରୁଦ୍ଧାର, ଯାତ୍ରୀଙଘ୍କ ଦର୍ଶନ ବ୍ୟବସ୍ଥାକୁ ସୁରୁଖୁର କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ବିକାଶ, ରଘୁନନ୍ଦନନ ଲାଇବ୍ରେରୀ, ମୂଷା ନଈ, ଅଠର ନଳା, ସେବାୟତଙ୍କ ପାଇଁ ଗୃହ, ହସ୍‍ପିଟାଲ, ହବିଷ୍ୟାଳିଙ୍କ ପାଇଁ ଘର, ଷ୍ଟାଡିୟମ, ପୁରୀରେ ଭଲ ରାସ୍ତା ପ୍ରଭୃତି ଅନ୍ୟତମ।

Video Thumbnail
Advertisement
Read More