Videos

Super Special Hospital: ଲୋକାର୍ପଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସୁପର ସ୍ପେସିଆଲ ବ୍ଲକ ହସ୍ପିଟାଲ

ଏପ୍ରିଲ ରେ ଲୋକାର୍ପଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ବୁର୍ଲା ଭୀମସାର ର ଅତ୍ୟାଧୁନିକ ସୁପର ସ୍ପେସିଆଲ ବ୍ଲକ ହସ୍ପିଟାଲ |ସୂଚନା ଦେଲେ ଭୀମସାର ର ନିର୍ଦେଶକ ଭାବଗ୍ରାହୀ ରଥ | କୋଠା ନିର୍ମାଣ ପ୍ରାୟତଃ ଶେଷ ହୋଇଥିବା ବେଳେ ଆନୁସଙ୍ଗିକ ସରଞ୍ଜାମ ର ବ୍ୟବସ୍ଥା ଚାଲୁ ରହିଥିବା କହିଥିଲେ ନିର୍ଦେଶକ | ମାର୍ଚ୍ଚ ମାସ ସୁଦ୍ଧା କୋଠା ଟି ସମ୍ପୂର୍ଣ ରୂପେ କାର୍ଯ୍ୟକ୍ଷମ ହେବା ପାଇଁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି | ସେ ସବୁ ଦିଗକୁ ଦୃଷ୍ଟି ରେ ରଖି ସମସ୍ତ ବିଭାଗ ର ଆବଶ୍ୟକୀୟ ସରଞ୍ଜାମ ର ବ୍ୟବସ୍ଥା ପୂରଣ କରାଯାଉଛି | ସାଧାରଣ ନିର୍ବାଚନ କିମ୍ବା ସେମିତି କିଛି ଅସୁବିଧା ନ ହୁଏ ତା ହେଲେ ଏପ୍ରିଲ ରେ ଏହି ସୁପର ସ୍ପେସିଆଲ ବ୍ଲକ ଟି ଜନସାଧାରଣ ଙ୍କ ଉଦ୍ୟେଶ୍ୟ ରେ ଲୋକାର୍ପଣ ହେବ ବୋଲି କହିଛନ୍ତି ଭୀମସାର ନିର୍ଦେଶକ | ଏପଟେ ସ୍ଥାନୀୟ ଜନସାଧାରଣ ଙ୍କ ସହ ଡାକ୍ତର ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି |

Video Thumbnail
Advertisement
Read More