Videos

Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡ଼ିଶା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ସୁଧା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଆଜି ଠାରୁ ଏହାର ପ୍ରଭାବ ରହିବନି। ଏବଂ ପାଗ ପ୍ରାୟତଃ ଶୁଖିଲା ରହିବ। ଆଜି ଓ ଆସନ୍ତାକାଲି ରାଜ୍ୟରେ ବିଶେଷ ବର୍ଷା ନାହିଁ। ଏବଂ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଆସନ୍ତା ୨୩ ତାରିଖେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ପାଣିପାଗ ବିଶେଷଜ୍ଞ ଡା. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୩ ତାରିଖ ସୁଧା ଏହା ଲଘୁଚାପରେ ପରିଣତ ହେବ।

Video Thumbnail
Advertisement
Read More