Videos

Weather Report: ବଙ୍ଗୋପସାଗରରେ ସୃଷ୍ଟି ହେଲା ବଡ଼ ଲଘୁଚାପ, ଆସନ୍ତା ୨୦ ଯାଏଁ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟିହେଲା ବଡ଼ ଲଘୁଚାପ କ୍ଷେତ୍ର । ଗାଙ୍ଗେୟ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବଲୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଏବଂ ତତସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ଦୁଇଦିନରେ ଏହା ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇବ । ପ୍ରଭାବରେ ଓଡ଼ିଶାରେ ରାତିରୁ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବିସ୍ତୃତ ବର୍ଷା ସହ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଆସନ୍ତା ୨୦ ତାରିଖ ଯାଏଁ ହାଲୁକାରୁ ମଧ୍ଯମଧରଣ ବର୍ଷା ଜାରି ରହିବ । ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Video Thumbnail
Advertisement
Read More