Videos

Lucknow Train Fire: ଫାଟିଲା ଗ୍ୟାସ ସିଲିଣ୍ଡର ହୁତୁହୁତୁ ହୋଇଜଳିଗଲା ଟ୍ରେନ୍, ୧୦ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌରୁ ରାମେଶ୍ବରମ୍‌ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ର ‘ଟୁରିଷ୍ଟ୍‌ କୋଚ୍‌’ରେ ଆଜି ପ୍ରତ୍ୟୁଷରେ ନିଆଁ ଲାଗିଯିବାରୁ ଅନ୍ୟୂନ ୯ଜଣ ଯାତ୍ରୀ ପ୍ରାଣ ହରାଇଥିବା କଥା ‘ଜି ନିଉଜ୍‌’ ରିପୋର୍ଟ କରିଛି। ନିଆଁ ଲାଗିବା ବେଳେ ଲକ୍ଷ୍ନୌ-ରାମେଶ୍ବରମ୍‌ ଏକ୍‌ସ୍‌ପ୍ରେସ୍‌ ଟ୍ରେନ୍‌ ଠିଆ ହୋଇଥିଲା। ‘ସଦର୍ଣ୍ଣ ରେଲ୍‌ୱେ’ କହିଛି ଯେ, ସେଥିରେ ବେଆଇନ ଭାବେ ନିଆଯାଉଥିବା ‘ଗ୍ୟାସ୍‌ ସିଲିଣ୍ଡର୍‌’ ଯୋଗୁଁ ନିଆଁ ଲାଗିଛି। ଏହି ‘ପ୍ରାଇଭେଟ୍‌ ପାର୍ଟି କୋଚ୍‌’ର ଯାତ୍ରୀମାନେ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଆସିଥିଲେ। ଘଟଣାସ୍ଥଳକୁ ଯାଇଥିବା ମଦୁରାଇ ଜିଲ୍ଲାପାଳ ଏମ୍. ଏସ୍‌. ସଙ୍ଗୀତା କହିଛନ୍ତି, ଟ୍ରେନ୍‌ରେ ନିଆଁ ଲାଗିଯିବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି।

Video Thumbnail
Advertisement
Read More