Hindi News >>Home >>Zee Odisha

Vastu Tips:ଘରେ କଲରା ଗଛ ଲଗାଇବା ଠିକ୍ କି ? କଣ କହୁଛି ବାସ୍ତୁଶାସ୍ତ୍ର

ବାସ୍ତୁଶାସ୍ତ୍ରରେ କିଛି ଗଛ ଏବଂ ଉଦ୍ଭିଦ ବିଷୟରେ କୁହାଯାଇଛି ଯାହା ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧତା ବୃଦ୍ଧି ଘଟେ । ଏହାସହ ଏମିତି କିଛି ଗଛ ବାବଦରେ କୁହାଯାଇଛି ଯାହାକୁ ଲଗାଇବା ଦ୍ବାରା ଘରେ ଅନେକ ସମସ୍ୟା ଆସିଥାଏ । ଖାଲି ଆର୍ଥିକ ସମସ୍ୟା ନୁହେଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦିଏ । 

Advertisement
SOCIAL MEDIA
Stop
Zee Odisha Desk|Updated: Feb 28, 2024, 05:36 PM IST

Vastu Tips: ବାସ୍ତୁଶାସ୍ତ୍ରରେ କିଛି ଗଛ ଏବଂ ଉଦ୍ଭିଦ ବିଷୟରେ କୁହାଯାଇଛି ଯାହା ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧତା ବୃଦ୍ଧି ଘଟେ । ଏହାସହ ଏମିତି କିଛି ଗଛ ବାବଦରେ କୁହାଯାଇଛି ଯାହାକୁ ଲଗାଇବା ଦ୍ବାରା ଘରେ ଅନେକ ସମସ୍ୟା ଆସିଥାଏ । ଖାଲି ଆର୍ଥିକ ସମସ୍ୟା ନୁହେଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦିଏ । ଆଜିକାଲି ଅଧିକାଂଶ ଲୋକ ଘରେ କିଚେନ ଗାର୍ଡ଼ନ କରିବାକୁ ଭଲ ପାଉଛନ୍ତି । କିନ୍ତୁ ବାସ୍ତୁ ଅନୁସାରେ ଏମିତି କିଛି ପନିପରିବା ରହିଛି ଯାହାକୁ  ଘରେ ଲଗାଇବା ଉଚିତ୍ ନୁହେଁ । ସେଥିମଧ୍ୟରୁ କଲରା ଗଛ ଅନ୍ୟତମ ।

କଲରା ଗଛ ଦ୍ବାରା ଅଶୁଭ ପ୍ରଭାବ ପଡ଼େ

ଘରେ କଲରା ଗଛ ଲଗାଇବା ନିଷେଧ । କାରଣ ଏହି ଗଛ ଲଗାଇବା ଦ୍ବାରା ନକାରାତ୍ମକ ଶକ୍ତି ବଢ଼ିଥାଏ । ଏହା ଲଗାଇବା ଦ୍ବାରା ଆର୍ଥିକ ସମସ୍ୟା ହେବା ସହ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦିଏ । ତେଣୁ ଏସବୁରୁ ଦୂରେଇ ରହିବା ପାଇଁ ବା ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଘରେ କଲରା ଗଛ ଲଗାନ୍ତୁ ନାହିଁ ।

ଏହି ଦିଗରେ କେବେହେଲେ କଲରା ଗଛ ଲଗାନ୍ତୁ ନାହିଁ

ବେଳେବେଳେ ଲୋକଙ୍କ ମନରେ ଏ ପ୍ରଶ୍ନ ମଧ୍ୟ ଆସେ ଯେ ଯଦି ଘରେ କଲରା ଗଛ ଲଗାଇବା ଉଚିତ୍ ନୁହେଁ ତାହେଲେ କେଉଁଠି ଲଗାଇବା ଉଚିତ୍ । ଉତ୍ତର ହେଉଛି ଯଦି ଆପଣଙ୍କର କିଛି ଖାଲି ଜମି ଅଛି ବା ବାହାରେ ବଗିଚା ଅଛି ତାହେଲେ ସେଠାରେ କଲରା ଗଛ ଲଗାଇ ପାରିବେ । କିନ୍ତୁ ମନେ ରଖିବେ ଯେମିତି ସେହି ସ୍ଥାନ ଦକ୍ଷୀଣ ଦିଗରେ ହୋଇନଥିବ । କାରଣ ଘରର ଦକ୍ଷୀଣ ଦିଗରେ କଲରା ଗଛ ରହିବା ଦ୍ବାରା ନକାରାତ୍ମକତା ବଢ଼ିଥାଏ ।

ଘରେ କଲରା ଗଛ ଲଗାଇବା ଦ୍ବାରା ଅଶୁଭ ଫଳ ମିଳିଥାଏ

  • ଘରେ କଲରା ଗଛ ଲଗାଇବା ଦ୍ବାରା ମା ଲକ୍ଷ୍ମୀ କ୍ରୋଧ କରନ୍ତି । ଫଳରେ ଆର୍ଥିକ ସମସ୍ୟା ଉପୁଜିପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ଋଣ ଭାର ମଧ୍ୟ ବଢ଼ିପାରେ ।
  • ଆପଣଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆସିପାରେ । ସମାଜରେ ଅପମାନ ଏବଂ ଗୁଜବ ଭଳି ପରିସ୍ଥିତିର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ ।
  • କଲରା ଗଛ ଲଗାଇବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

 

 

Read More
{}{}